ଜଟଣୀ,୨/୧୨-ସେଲଫି ହେଲା କାଳ । ଖୋରଧା ଜିଲ୍ଲା, ତାପଙ୍ଗ ରେଲୱେ ଷ୍ଟେସନରେ ମାଲ୍ ଗାଡ଼ି ତେଲ ଟ୍ୟାଙ୍କର ଉପରେ ଚଢି ସେଲଫି ନେବା ବେଳେ ବିଦ୍ୟୁତ ଆଘାତରେ ଆସି ଛାତ୍ରୀ ଗୁରୁତର । ମର୍ଣିଂୱାକ୍ ରେ ଯାଇ ରେଳ ଷ୍ଟେସନ ରେ ଅଟକି ଥିବା ମାଲ୍ ଗାଡ଼ିର ତେଲ ଟ୍ୟାଙ୍କର ଉପରେ ଚଢ଼ି ଝିଅଟି ସେଲ୍ଫି ନେଉଥିଲା। ହଠାତ୍ ଗୋଡ ଖସି ଯିବାରୁ ମୁଣ୍ଡ ଉପରେ ଥିବା ୨୫000 କେଭି ର ଇଲେକ୍ଟ୍ରି ତାର କୁ ଧରି ପକାଇବାରୁ ଝିଅଟିର ଶରୀରର ୮୦ % ଜଳି ଯାଇଥିଲା । ଗୁରୁତ୍ଵର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ଓ ପରେ ପରେ ଏମ୍ସ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଯାଇଥିଲା ।ସୂଚନା ଅନୁସାରେ ଝିଅଟିର ମୃତ୍ୟୁ ହୋଇଯାଇଛି ।