କୁହିକା ରୁ ରଞ୍ଜନ ବାରିକଙ୍କ ରିପୋର୍ଟ
ତା-୦୨/୧୨/୨୦୨୨
ବିଷୟ – ପ୍ରତି ପଞ୍ଚାୟତ ରେ ମହାଗିରୀ ଇମ୍ଫା କମ୍ପାନୀ ଦ୍ୱାରା କରାଯାଉଥିବା ଗ୍ରାମ୍ୟ ମଣ୍ଡପ ରେ ଦୁର୍ନୀତି ଅଭିଯୋଗ ସମ୍ନା କୁ ଆସିଛି । ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଥିବା ଇମ୍ଫା କମ୍ପାନୀ ଖଣି ଅଞ୍ଚଳ ର ଗ୍ରାମାଞ୍ଚଳ ରେ ବିକାଶ କୁ ଲକ୍ଷ ରଖି ଲୋକଙ୍କ ଆବଶ୍ୟକତା କୁ କିଛି ମାତ୍ରାରେ ପୁରଣ କରିବାରେ ଲାଗିଛି । ଏହା ନେଇ ପ୍ରତି ପଂଚାୟତ ଓ ଗ୍ରାମରେ ଉନତି ମୂଳକ କାର୍ଯ୍ୟ ରେ ଲିପ୍ତ ରହୁଥିବା ବେଳେ ଇମ୍ଫା ଦ୍ୱାରା ଗ୍ରାମ କୁ ଦିଆଯାଇଥିବା ଗ୍ରାମ୍ୟ ମଣ୍ଡପ କୁ ୩ ମାସ ନ ପୁରୁଣୁ ମଣ୍ଡପ ରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏ ଅଭିଯୋଗ ସୁକିନ୍ଦା , କାଳିଆପାଣି ପଂଚାୟତ ଅଧିନ ଗୁରୁଜଙ୍ଗ ମୁଣ୍ଡା ସାହି ର କିଛି ବାସିନ୍ଦା ଅଭିଯୋଗ ସମ୍ନା କୁ ଆଣିଛନ୍ତି । ଏ କେଉଁପରି କାର୍ଯ୍ୟ ହୋଇଛି ଯାହା ତିନି ମାସ ବି ସମ୍ପୂର୍ଣ୍ଣ ହେଲାନାହିଁ । ଯଦି କମ୍ପାନୀ ର ଏପରି ନିମ୍ନ ମାନର କାର୍ଯ୍ୟ କରିବାର ଅପେକ୍ଷା ତା ଠାରୁ ଏ ମଣ୍ଡପ ନ କରିବା ବେସି ଭଲ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ମାଟି ମିଶା ମେଣ୍ଟାଲ ସହ ସିମେଣ୍ଟ ଓ ବାଲି ର ଅନୁପାତ କମ ଥିବା ଯୋଗୁ ମଣ୍ଡପ ରେ ଏହି ପରି ଫାଟ ସୃଷ୍ଟି ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦା ସନ୍ଦେହ କରୁଥିବା କଥା କହିଛନ୍ତି । ଏ ସମ୍ପର୍କରେ ଇମ୍ଫା କତ୍ତୃପକ୍ଷ ଙ୍କୁ ପଚାରିବାରୁ କୌଣସି ଉତ୍ତର ମିଳି ପାରି ନ ଥିଲା ।