ବିଜୁ ଶ୍ରମିକ ସାମୁଖ୍ୟ ଆଶାକର୍ମୀ ସାଧାରଣ ସଭା ଅନୁଷ୍ଠିତ

ରାୟଗଡ଼ -02/12-(ଧନେଶ୍ୱର ରାଉତ )-ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଚଉଦ ଗୋଟି ପଂଚାୟତର ଶତାଧିକ ଆଶାକର୍ମୀ ମାନେ ଏକ ସାଧାରଣ ସଭା ଆୟୋଜିତ କରିଥିଲେ | ଅଲ୍ ଓଡ଼ିଶା ଆଶାକର୍ମୀ ସାମୁଖ୍ୟ,ସହବନ୍ଧିତ ବିଜୁ ଶ୍ରମିକ ସାମୁଖ୍ୟ ଵ୍ଲକ କଲ୍ୟାଣ ସିଙ୍ଗପୁର, ଜିଲ୍ଲା ରାୟଗଡ଼ା। ବ୍ଳକ ସ୍ତରୀୟ ସାଧାରଣ ସଉାକୁ ଶ୍ରମିକ ନେତା ନିରଞ୍ଜନ ପାତ୍ର ଙ୍କ ନେତୃତ୍ୱରେ ଆୟୋଜିତ ହେଇଥିଲା | କଲ୍ୟାଣସିଂହପୁର ସଦର ମହକୁମାରେ ରହିଥିବା ଶିବ ମନ୍ଦିରର ପ୍ରାଙ୍ଗଣରେ ଦିବା ଦଶ ଘଣ୍ଟା ସମୟରେ ସବୁ ଆଶାକର୍ମୀ ରୁଣ୍ଡହେଇଥିଲେ | କାମର ଚାପ ରହିଥିବା ବେଳେ ମିଳୁଥୁବା ପାଉଣା କିଛି ସନ୍ତୋଷ ଜନକ ନୁହେଁ କାମର ଚାପ ଆଗରେ ସମସ୍ତେ ନୟାନ୍ତ ହେଇ ନିମ୍ନ ପାରିଶ୍ରମିକ ପାଇଁ ଘର ପରିବାର ଚଳାଇବା ଅତି କଷ୍ଟକର ହେଇଯାଉଛି ବୋଲି କହିଛନ୍ତି | ମୃତ୍ୟୁ ପଞ୍ଜିକରଣ ଠାରୁ ଆରମ୍ଭ ହେଇ, ଜନ୍ମ ପଞ୍ଜିକରଣ, ଗର୍ଭବତୀ, ପ୍ରସୂତି ମହିଳାଙ୍କ ପଞ୍ଜିକରଣ, ସେହୁଭଳି ସ୍ୱାସ୍ଥ୍ୟ ପରୀକ୍ଷା, ଟୀକା ପ୍ରଦାନ, ପୁଷ୍ଠିକାର ଖାଦ୍ୟ ଶିଶୁଙ୍କୁ ବଣ୍ଟନ, ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସରେ ଉନତ ଚିକିତ୍ସା ପାଇଁ ପ୍ରେରଣ ଭଳି ଗୁରୁତ୍ୱପୂର୍ଣ ଭୂମିକାପାଇଁ ଆଶା କର୍ମୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି କିନ୍ତୁ ପାଉଣା କମ ଥିବାରୁ ମନ ଦୁଃଖରେ କାଳ କାଟୁଛନ୍ତି | ବାରମ୍ବାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଜଣାଇଲା ସୁଦ୍ଧା କିଛି ସୁଫଳ ମିଳି ପାରୁନାହିଁ ଏଣୁ ଆସନ୍ତୋଷ ବଢି ଚାଲିଛି ବୋଲି ଶ୍ରୀ ପାତ୍ର ଜଣାଇଛନ୍ତି | ଆଶା କର୍ମୀ ମାନେ ଏକ ହେଇ ଲଢ଼ିବାକୁ ଆହ୍ୱାନ ଦେଇଛନ୍ତି କୌଣସି ପ୍ରକାର ଅତ୍ୟାଚାର ଅନ୍ୟାୟ କୁ ସହିବୁନାହିଁ ଯଦି ସେଭଳି ହୁଏ ତାହେଲେ ଲଢେଇ ହେବ ବୋଲି ସ୍ଲୋଗାନ ଦେଇଛନ୍ତି | କରୋନା ସମୟରେ ମଧ୍ୟ ପ୍ରମୁଖ ଭୂମିକା ରହିଥିଲା । ଏହାକୁ ୮ଦଫା ଦାବି ବାରମ୍ବାର ଦେଇଆସୁଛିନ୍ତି ।କିନ୍ତୁ ଆଜି ପର୍ଯ୍ୟନ୍ତ ତାର କୌଣସି ଦାବି ପୂରଣ ନ କରିବାରୁ ବର୍ତ୍ତମାନ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟ ଛାଡି ଧାରଣାରେ ଯୋଗ ଦେବୁ ବୋଲିକହିଛନ୍ତି । ଦାବି ଗୁଡିକ ଆଶାକର୍ମୀ ମାନଙ୍କୁ କର୍ମଚାରୀ ମାନ୍ୟତା, ଯେ ପର୍ଯ୍ୟନ୍ତ କର୍ମଚାରୀ ମାନ୍ୟତା ମିଳିନି ସେ ପର୍ଯ୍ୟନ୍ତ ପୋଡ଼ଶି ରାଜ୍ୟ ଆନ୍ଦ୍ରପ୍ରଦେଶ ଭଳି ସର୍ବ ନିମ୍ନ ମାସିକ ୧୦ହଜାର ଟଙ୍କା ମଜୁରୀ ପ୍ରଦାନ କରାଯାଉ, ଏ.ଏନ. ଏମ୍ ବିଷୟରେ ଶିକ୍ଷା ଓ ପ୍ରଶିକ୍ଷଣ ଦେଇ ସ୍ଥାୟୀ ନିଯୁକ୍ତି କରାଯାଉ, କେନ୍ଦ୍ର ଓ ରାଜ୍ୟ ସରକାର ମାସିକ ପ୍ରୋତ୍ସାହନ ରାଶି ବୃଦ୍ଧି କରି ମାସିକ ୧୮ହଜାର ଟଙ୍କା ପ୍ରଦାନ, ଇପିଏଫ, ଇଏସ ଆଇ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ, ପ୍ରତ୍ୟେକ କର୍ମୀଙ୍କୁ ମୃତ୍ୟୁ ଓ ଦୃର୍ଘଟଣା ଜନିତ ମୃତ୍ୟୁ ହେଲେ୫ଲକ୍ଷ ଟଙ୍କା ଅନୁକମ୍ପା ରାଶି ବୀମା ଜରିଆରେ ଦେବାପାଇଁ ବିଧିବଦ୍ଧ ବ୍ୟବସ୍ଥା କରାଯାଉ,ଅବସର କାଳୀନ ଆର୍ଥିକ ସହାୟତା ଏକ କାଳୀନ୫ଲକ୍ଷ ଟଙ୍କା ଓ ମାସିକ ଭତ୍ତା ପ୍ରଦାନ କରାଯାଉ,ବିଭିନ୍ନ ସ୍କିମ ରେ ଦିଆଯାଉଥିବା ପ୍ରତ୍ସାହନ ରାଶି କୁ ଦୁଇଗୁଣିତ କରାଯାଉ ବୋଲି ଆଶାକର୍ମୀ ସାମୁଖ୍ୟ ର ସଭାନେତ୍ରୀ ମମତା ଦାସ, କାର୍ଯ୍ୟ କରିଣୀ ସଭାନେତ୍ରୀ ପଙ୍କଜିନି ନାୟକ,, ସାଧାରଣ ସମ୍ପାଦିକା ରିତା ବେହେରା, ନିରଞ୍ଜନ ପାତ୍ର ସମେତ ବହୁ ସଂଖ୍ୟାରେ ଆଶା କର୍ମୀ ପ୍ରମୁଖ ଉପସ୍ଥିତ ରହି ଥିଲେ ।

Leave A Reply

Your email address will not be published.