କଣ୍ଟାବାଞ୍ଜି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବୁରୋମାଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ କଦଳୀପଡ଼ା ଗାଁର ଆଦିବାସୀ ଜମିକୁ କଣ୍ଟାବାଞ୍ଜି ଏନଏସିର ଜଣେ ଅଣ ଓଡ଼ିଆ ମାମରାଜ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଯୋଜନାବଦ୍ଧ ଭାବେ ଚୋରି କରି ନେଇଥିବା ଅଭିଯୋଗ ହେଉଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ଦେଖାଉ ନାହାନ୍ତି, ଫଳରେ ଆଦିବାସୀଙ୍କ କ୍ଷେତ୍ରରେ ଅସନ୍ତୋଷ ପ୍ରତିକ୍ରିୟା ପ୍ରକାଶ ପାଇଛି, ସୂଚନା ଯୋଗ୍ୟ ଯେ ମାମରାଜ ଅଗ୍ରୱାଲଙ୍କ ଘରେ କଦଳୀପଡ଼ା ଗାଁର ଜଣେ ବୃଦ୍ଧା ବିଧବା ମହିଳା ବାସନ କୁସନ ମାଜି ରୋଷେଇଆ ଭାବେ କାର୍ଯ୍ୟ କରୁଥିଲେ, ଉକ୍ତ ବୃଦ୍ଧା ବିଧବାଙ୍କୁ କିଛି ଟଙ୍କା ଦରକାର ଥିବାରୁ ତାଙ୍କ ସ୍ଵାମୀ କମାଉଥିବା ଜମିକୁ ବନ୍ଧକ ସ୍ବରୂପ ରଖି ମାମରାଜ ଅଗ୍ରୱାଲଙ୍କ ଠାରୁ କିଛି ଟଙ୍କା ନେଇଥିଲେ, ବର୍ତ୍ତମାନ ବୃଦ୍ଧାଙ୍କ ମୃତ୍ୟୁ ପରେ ନକଲି କାଗଜପତ୍ର ତିଆରି କରି ଉକ୍ତ ଜମି କିଣିଥିବା କହି ନିଜ ଅଧିକାର କରୁଥିବା ବେଳେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି, ଅନ୍ୟ ପକ୍ଷରେ ମାମରାଜ ଅନ୍ୟ ଆଉ ଜଣେ ସଦବିର ନାମକ ବ୍ୟକ୍ତିଙ୍କ ଠାରେ ବିକ୍ରି ମଧ୍ଯ କରିସାରିବା ହେତୁ କିଭଲି ଭାବେ ତାହା ସମ୍ଭବ ହେଲା ଆଶ୍ଚର୍ଯ୍ୟ ଜନକ ବିଷୟ ବୋଲି କୁହାଯାଉଛି, ଅସଲ କଥା ହେଲା ଯେ ପରିବାରର ବିନା ସହମତିରେ କିଭଳି ଭାବେ ବିକ୍ରି ସମ୍ଭବ ହୋଇପାରିଛି କଣ୍ଟାବାଞ୍ଜି ତହସିଲରେ, କଣ ଏହା କୌଣସି ପ୍ରକାର କ୍ୟାଣ୍ଡେଲ ତ ଚାଲି ନାହିଁ..? ଇଜ ମାଲିକ ସମ୍ପତ୍ତିକୁ ପରିବାରର ଜଣେ ବିଧବା ମହିଳା ମଧ୍ୟ ବିକ୍ରି କରିପାରିବେ ବୋଲି ଏହା ଏକ ଜଳନ୍ତା ପ୍ରମାଣ ଦେଇଛି କଣ୍ଟାବାଞ୍ଜି ତହସିଲ ବା ବଲାଙ୍ଗିର ପ୍ରଶାସନ, ତଥା ଜମି ତ ଚୋରି କଲେ ଏବେ ଉକ୍ତ ପରିବାର କୁ ଜୀବନରେ ମାରିଦେବାର ଯୋଜନା କରି ଗୁଣ୍ଡା ଭିଆଇଛନ୍ତି, ପୁଲିସ ନିକଟରେ ମାମଲା ରୁଜୁ କରିବାକୁ ଗଲେ ମାମଲା ରୁଜୁ କରୁନି ପୁଲିସ, ଜିଲ୍ଲପାଳଙ୍କ ଦ୍ୱାରସ୍ଥ ହେଲେ ମିଥ୍ଯା ପ୍ରତିଶ୍ରୃତି ଦେଇ ଘରକୁ ଫେରି ଯିବାକୁ ପରାମର୍ଶ ଦିଅନ୍ତି, ତେଣୁକରି ଆଦିବାସୀମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି ଆସନ୍ତା ଦିନରେ ଅସ୍ତ୍ର ଶସ୍ତ୍ର ଧରି ତହସିଲଦାରଙ୍କ କାର୍ଯ୍ୟାଳୟ ଭାଙ୍ଗି ବିରୋଧ ପ୍ରଦର୍ଶନ କରିବାକୁ, ତଥା ରାଷ୍ଟ୍ରପତି ଦୃପତି ମୁର୍ମୁଙ୍କ ନିକଟକୁ ମଧ୍ଯ ବାର୍ତ୍ତା ଲେଖି ଜଣାଇଛନ୍ତି