ପାଟଣାଗଡ ର ବିଭିନ୍ନ ସମସ୍ୟା ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

ଆଗଲପୁର ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ସଭାଗୃହ ଠାରେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶିଙ୍କ ଉପସ୍ଥିତିରେ ପାଟଣାଗଡ ଉପଖଣ୍ଡ ର ବିଭିନ୍ନ ସମସ୍ୟା ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି |ପାଟଣାଗଡ ସହରବାସୀଙ୍କ ପାଇଁ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା, ଗ୍ରାମାଞ୍ଚଳର ପାନୀୟ ଜଳ ସମସ୍ୟାର ଦୂରୀକରଣ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା,ଖୁରୀପାଣି ଗ୍ରାମର ପାଣିରେ ଫ୍ଲୋରାଇଡ ସମସ୍ୟା ଥିବାରୁ ଗ୍ରାମବାସୀ କିଡ଼ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି ତେଣୁ ସୁକତେଲ ନଦୀରୁ ଜଳ ଯୋଗାଣ ବ୍ୟବସ୍ଥା କରିବା, ପାଟଣାଗଡ ସହର ର ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବାଏପାସ ରାସ୍ତା ନିର୍ମାଣ ତଥା ସର୍ଭେ,ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ କରି ରାସ୍ତା ତିଆରି କରିବା,ଗଙ୍ଗାଧର ପାର୍କର ସୌନ୍ଦର୍ଯ୍ୟକରଣ କରିବା,ପାଟଣାଗଡ ସହର ମଧ୍ୟରେ ବୁଲୁଥିବା ଗାଈ ଗୋରୁଙ୍କ ସୁରକ୍ଷା ପାଇଁ ଗୋଶାଳା ନିର୍ମାଣ କରିବା,ଗନ୍ଧମାର୍ଦ୍ଧନ ପର୍ବତରୁ ନିର୍ଝରିତ ବିଶୁଦ୍ଧ ଜଳକୁ ଖପ୍ରାଖୋଲ ବ୍ଲକ ଏବଂ ବେଲପଡା ବ୍ଲକ ଅଧିନସ୍ଥ ଗ୍ରାମ ଗୁଡିକୁ ଜଳ ଯୋଗାଣର ଯୋଜନା କରିବା ପାଇଁ ଆଲୋଚନା କରାଯାଇ ଥିଲା |
ବୈଠକରେ ପାଟଣାଗଡ ଉପ ଜ଼ିଲ୍ଲାପାଳ ଡ଼.ବିଜୟାନନ୍ଦ ସେଠି,ତହସିଲଦାର ଲକ୍ଷ୍ମଣ ମାଝୀ, ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଗୌର ହରି ମହନ୍ତ ,ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ,ନିର୍ବାହୀ ଯନ୍ତ୍ରୀ ଜନ ସ୍ୱାସ୍ଥ୍ୟ ବିଭାଗ,ସହକାରୀ  ନିର୍ବାହୀ ଯନ୍ତ୍ରୀ ପବ୍ଲିକ ୱlର୍କ ବିଭାଗ ଅରୁଣ ଟେଟେ,ବିଭାଗୀୟ କନିଷ୍ଠ ଯନ୍ତ୍ରୀ,ପାଟଣାଗଡ ସିଟିଜେନ କମିଟି ର ସଭାପତି ଘନଶ୍ୟାମ ମେହେର,ଇନ୍ଦୁଭୂଷଣ ଠାକୁର,ଆନନ୍ଦ ଯୋଶୀ,ଡମ୍ବରୁ ପାଣିଗ୍ରାହୀ,ରାଧେଶ୍ୟାମ ମିଶ୍ର,ରଂଜିତ ଛତର,ତ୍ରିନାଥ ଯୋଶୀ,ପ୍ରମୁଖ ଉପସ୍ଥିତ ଥିଲେ | 

Leave A Reply

Your email address will not be published.