ବାଲିଆପାଳ,୨୧/୧ (ନ.ନ୍ଯୁ.ସ.) ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ବଳରାମପୁର ଗ୍ରାମ ପଞ୍ଚାୟତ କୁଅଁରପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଶୁକ୍ରବାର ୫ମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।ବିଦ୍ୟାଳୟର ପ୍ରାଣପ୍ରତିଷ୍ଠାତା ଅବସରପ୍ରାପ୍ତ ଶିକ୍ଷକ ଗଜେନ୍ଦ୍ର ନାଥ ସାହୁ ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ପ୍ରାରମ୍ଭ ରେ ଗୁରୁଜୀ ଗୁରୁମା ଙ୍କ ଦ୍ବାରା ବନ୍ଦନା ,ପ୍ରାର୍ଥନା କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାମାଜିକ କର୍ମୀ ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ଯକାରିଣୀ ସଭାପତି ସୁବାସିନୀ ଜେନା ଯୋଗ ଦେଇ ବକ୍ତବ୍ୟ ମାଧ୍ୟମରେ କହିଥିଲେ ଈଶ୍ୱର ବିଶ୍ୱାସ ହୋଇ ସକାରାତ୍ମକ ଚିନ୍ତାଧାରା ନେଇ ଦୃଢ ଇଛାଶକ୍ତି ସହ କଠିନ ପରିଶ୍ରମ କଲେ ସଫଳତାର ଶୀର୍ଷରେ ପହଞ୍ଚିବା ସମ୍ଭବ I ତେଣୁ ଏହି ୪ଟି ଦିଗ ପ୍ରତି ପିଲାମାନେ ଯେଭଳି ଯତ୍ନଶୀଳ ହୋଇପାରିବେ ସେଥିପାଇଁ ଅଭିଭାବକମାନଙ୍କୁ ଧ୍ୟାନ ଦେବା ଆବଶ୍ୟକ ରହିଛି ବୋଲି ଶ୍ରୀମତୀ ଜେନା କହିଥିଲେ I ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଅଧ୍ଯକ୍ଷ ତଥା ସୁଲେଖକ ଡ. ବିଜୟ କୁମାର ଦେ ଯୋଗ ଦେଇ ଆଜିର ଶିକ୍ଷା ରେ ବୌଦ୍ଧିକ ଓ ଆଧ୍ୟାତ୍ମିକ ଶିକ୍ଷା ଦ୍ଵାର ପିଲାମାନେ ମାର୍ଜିତ ହୋଇପାରିବେ। ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ଥିବାକଥା କହିଥିଲେ।ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ମହେଶ୍ବର ସେଠୀ,ରବିନ୍ଦ୍ର ନାଥ ସାମଲ,ନିତ୍ୟାନନ୍ଦ ପାଣିଗ୍ରାହୀ,୨୧ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା କାଞ୍ଚନ ଜେନା, ସନ୍ୟାସୀ ବେହେରା,ବୀର ମାଧବ ଗିରି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।ଉତ୍ସବ ଶେଷରେ ୬୬ଜଣ ପିଲାଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା ।ବିଦ୍ୟାଳୟର ପ୍ରଧାନ ଗୁରୁଜୀ ହରିହର ପଣ୍ତା ମଞ୍ଚ ପରିଚାଳନା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ।ବିଦ୍ୟାଳୟର ସଭାପତି ସନ୍ତୋଷ କୁମାର ଗିରି ସ୍ବାଗତ ଭାଷଣ,ସଂପାଦକ ନିତ୍ୟାନନ୍ଦ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ଗୁରୁଜୀ ମନ୍ମଥ କୁମାର ପାଣିଗ୍ରାହୀ,ଗୁରୁମା ରାଧାମଣୀ ବିଶ୍ବାଳ,ସାଇପ୍ରିୟା ଗିରି,ଅପର୍ଣ୍ଣା ବିଶ୍ବାଳ,ମଧୁମିତା ଗିରି,କବିତା ସାହୁ,ମନୋରମା ସାମଲ,ଭାବଗ୍ରାହୀ ରାଉତ,ରାଜୀବ ଲୋଚନ ଦେ ଙ୍କ ସହିତ
ସମସ୍ତ ଗୁରୁମା ଗୁରୁଜୀମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।